ସୂର୍ଯ୍ୟ ଦେବତା

ସୂର୍ଯ୍ୟଦେବ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଅନ୍ୟତମ ।

ସୂର୍ଯ୍ୟ, ଋଷି କାଶ୍ୟପଙ୍କ ପୁତ୍ର ଅଟନ୍ତି । ଅଦିତିଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ବିଶ୍ଵକର୍ମାଙ୍କର ନନ୍ଦିନୀ ସଂଜ୍ଞା, ସ୍ଵର୍ଯ୍ୟଙ୍କ ପତ୍ନୀ । ସୂର୍ଯ୍ୟଙ୍କ ପୁତ୍ର ସନ୍ତାନ ମନୁ, ଯମ ଓ ପୁତ୍ରୀ ଯମୁନା ଅଟନ୍ତି । ସୂର୍ଯ୍ୟଙ୍କର ଅପର ପତ୍ନୀ ହେଉଛନ୍ତି ଛାୟା, ଯେ ଶନିଙ୍କ ଓ ତପତି ଙ୍କର ମାତା । ସୁଗ୍ରୀବ ଓ କର୍ଣ୍ଣ ମଧ୍ୟ ସୂର୍ଯ୍ୟଙ୍କର ପୁତ୍ର ଅଟନ୍ତି । ପକ୍ଷୀରାଜ ଗରୁଡ଼ଙ୍କ ଭାଇ ଅରୁଣ ସୂର୍ଯ୍ୟଙ୍କ ସାରଥୀ ଅଟନ୍ତି । [୧] ପଶ୍ଚିମ ବଙ୍ଗରେ ସୂର୍ଯ୍ୟ, ଗଙ୍ଗାଦିତ୍ୟ, ମୁର୍ଶିଦାବାଦରେ କୁଶାଦିତ୍ୟ, ସାମାଦିତ୍ୟ ଏବଂ କୋଣାର୍କରେ ମିତ୍ରାଦିତ୍ୟ ନାମରେ ବିଦିତ । ଅଶ୍ଵରୂଢ଼ ସୂର୍ଯ୍ୟ ଦେବ ହେଉଛନ୍ତି ଦ୍ଵିଭୁଜ ଏବଂ ଚତୁର୍ଭୁଜ ରୂପେ ବର୍ଣ୍ଣିତ । କୋଣାର୍କରେ ସୂର୍ଯ୍ୟ ମୂର୍ତ୍ତିଙ୍କ ଦୁଇ ପାର୍ଶ୍ଵରେ କୁନ୍ତୀ ଓ ପିଙ୍ଗଳା ଅବସ୍ଥାନ କରିଛନ୍ତି । ହିନ୍ଦୁଙ୍କ ମତରେ ସୂର୍ଯ୍ୟଙ୍କ ରଥ ଗୋଟିଏ ଚକ ଓ ସାତୋଟି ଘୋଡ଼ାଦ୍ୱାରା ଚାଳିତ ।


ପୂଜା

ଶାମ୍ବ ଦଶମୀ ତିଥିରେ ଓଡ଼ିଶାର ଘରେ ଘରେ ସୂର୍ଯ୍ୟ ପୂଜା ବା ବିରଞ୍ଚି ନାରାୟଣ ପୂଜା ଅନୁଷ୍ଠିତ ହୁଏ । ବ୍ରାହ୍ମଣମାନେ ସନ୍ଧ୍ୟା କରିବା ସମୟରେ ସୂର୍ଯ୍ୟ ମଣ୍ଡଳ ମଧ୍ୟବର୍ତ୍ତୀ ସର ସିଜାସନ ସନ୍ନିବିଷ୍ଟ ନାରାୟଣଙ୍କୁ ଧ୍ୟାନ କରନ୍ତି । ଗାୟତ୍ରୀ, ସାବିତ୍ରୀ, ସରସ୍ବତୀ ଦେବୀମାନେ ମାନେ ମଧ୍ୟ ସୂର୍ଯ୍ୟ ମଣ୍ଡଳ ମଧ୍ୟସ୍ଥା । ବ୍ରାହ୍ମଣମାନେ ଗାୟତ୍ରୀ ମନ୍ତ୍ରରେ ସୂର୍ଯ୍ୟଙ୍କୁ ନାରାୟଣ ରୂପେ ସ୍ତବ କରନ୍ତି । ସୂର୍ଯ୍ୟଙ୍କର ବାର ମାସରେ ପୂଜନୀୟ ରୂପ ଯଥା: ମାର୍ଗଶୀର - ମିତ୍ର, ପୌଷ - ବିଷ୍ଣୁ ସନାତନ, ମାଘ - ଅରୁଣ, ଫାଲ୍ଗୁନ- ସୂର୍ଯ୍ୟ, ଚୈତ୍ର - ବେଦାଙ୍ଗ, ବୈଶାଖ - ଭାନୁ, ଜ୍ୟେଷ୍ଠ - ଇନ୍ଦ୍ର, ଆଷାଢ଼ - ରବି, ଶ୍ରାବଣ - ଗଭସ୍ତି, ଭାଦ୍ରବ - ଯମ, ଆଶ୍ଵିନ - ସ୍ବର୍ଣ୍ଣରେତା, କାର୍ତ୍ତିକ - ଦିବାକର, ଅଧିମାସ - ପୁରୁଷ (ଆଦିତ୍ୟ ହୃଦୟ) ।

Other Languages
Alemannisch: Surya
العربية: سوريا (إله)
беларуская: Сур'я
bosanski: Surja
català: Súrya
Deutsch: Surya
English: Surya
español: Suria (dios)
suomi: Surya
français: Sūrya
galego: Suria (deus)
ગુજરાતી: સૂર્ય (દેવ)
magyar: Szúrja
Bahasa Indonesia: Surya (dewa)
italiano: Sūrya
日本語: スーリヤ
Basa Jawa: Bathara Surya
ქართული: სურია
한국어: 수리야
lietuvių: Sūrja
latviešu: Sūrja
മലയാളം: സൂര്യദേവൻ
Nederlands: Surya
norsk nynorsk: Surya
norsk: Surya
ਪੰਜਾਬੀ: ਸੂਰਜ (ਦੇਵਤਾ)
polski: Surja
پنجابی: سوریا
português: Surya
русский: Сурья
Simple English: Surya
slovenčina: Súrja
slovenščina: Surja
svenska: Surya
Türkçe: Surya
українська: Сур'я
اردو: سوریا
მარგალური: სურია
中文: 蘇利耶