ମଇ ଦିବସ

ମଇ ପହିଲା ହେଉଛି ବିଶ୍ଵ ଶ୍ରମିକ ଦିବସ ବା ମଇ ଦିବସ । ପୃଥିବୀର ଅନ୍ୟାନ୍ୟ ଦେଶରେ ଏହା ଆନ୍ତର୍ଜାତିକ ଶ୍ରମ ଦିବସ ନାମରେ ମଧ୍ୟ ପାଳିତ ହୁଏ ।

ଇତିହାସ

୮ ଘଣ୍ଟା କାର୍ଯ୍ୟ ସମୟ ଦାବୀରୁ ଜନ୍ମ ନେଲା ବିଶ୍ଵ ଶ୍ରମିକ ଦିବସ ।[୧] ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ଵ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ୧୮୮୪ ମସିହାଠାରୁ ଏହି ଦାବୀ ନେଇ ଧାରାବାହିକ ଆନ୍ଦୋଳନ ଆମେରିକାରେ ଚାଲିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ହେଁ ବିଶ୍ଵର ସମସ୍ତ ସ୍ଵାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ଏହା ପ୍ରଭାବିତ କରିଥଲା । ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ । ନ୍ୟାସନାଲ ଲେବର ୟୁନିୟନ ମଧ ପୁଞ୍ଜିବାଦୀ ଦାସତ୍ଵରୁ ଶ୍ରମଜୀବୀମାନଙ୍କୁ ମୁକ୍ତ କରାଇବା ପାଇଁ ଲକ୍ଷ୍ୟ ରଖିଥଲା । ୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଆଠଘଣ୍ଟା ଶ୍ରମଦିବସକୁ ଗ୍ରହଣ କରିଥଲା । ପ୍ରଥମ ଆନ୍ତର୍ଜାତିକର ଜେନିଭା ଅଧିବେଶନ ମଧ୍ୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଥଲା ।[୨]

Other Languages
Alemannisch: Erster Mai
беларуская: Першага мая
беларуская (тарашкевіца)‎: Першага траўня
čeština: Svátek práce
Deutsch: Erster Mai
Zazaki: 1ê Gulane
suomi: Vappu
Avañe'ẽ: Mba'apohára Ára
עברית: אחד במאי
հայերեն: Մայիսի 1 (տոն)
Bahasa Indonesia: Hari Buruh
Interlingue: Die del labore
íslenska: Fyrsti maí
日本語: メーデー
한국어: 노동절
Latina: Dies Laboris
latviešu: Darba svētki
മലയാളം: മേയ്‌ ദിനം
Bahasa Melayu: Hari Pekerja
Nederlands: Dag van de Arbeid
norsk nynorsk: Første mai
پنجابی: مئی دن
português: Dia do Trabalhador
română: Ziua Muncii
srpskohrvatski / српскохрватски: Međunarodni praznik rada
Simple English: May Day
slovenčina: Sviatok práce
slovenščina: Praznik dela
српски / srpski: Празник рада
svenska: Första maj
தமிழ்: மே நாள்
українська: День праці
اردو: یوم مئی
oʻzbekcha/ўзбекча: Xalqaro mehnatkashlar kuni
vepsän kel’: Keväden i radon päiv
Bân-lâm-gú: Lô-tōng-cheh