ବଳ

ବଳ
Force examples.svg
ବଳକୁ କୌଣସି ଏକ ବସ୍ତୁ ଉପରେ ପ୍ରୟୋଗ କରାଯାଉଥିବା ଠେଲା ବା ଟଣା ବଳ ଭାବେ ବର୍ଣ୍ଣନା କରାଯାଇପାରେ । ଏହା ମାଧ୍ୟାକର୍ଷଣ ବଳ, ଚୁମ୍ବକୀୟ ବଳ ବା ଯେ କୌଣସି ବଳ, ଯାହା ଏକ ବସ୍ତୁକୁ ତ୍ବରିତ କରାଇଥାଏ, ତାହାଦ୍ବାରା ପ୍ରୟୋଗ କରାଯାଏ ।
Common symbols
F, F
SI unitନିଉଟନ
In ୧ କେଜି·ମି/ସେ2
Derivations from
other quantities
F = m

ପଦାର୍ଥ ବିଜ୍ଞାନରେ ବଳ କହିଲେ, କୌଣସି ବିରୋଧ ନଥିବା ବେଳେ ଏକ ବସ୍ତୁର ଗତିରେ ପରିବର୍ତ୍ତନକୁ ବୁଝାଏ ।[୧] ଅନ୍ୟ ଅର୍ଥରେ ଏକ ବଳ ବସ୍ତୁତ୍ବ ଥିବା ଏକ ବସ୍ତୁର ବେଗରେ ପରିବର୍ତ୍ତନ (ଯେଉଁଥିରେ ସ୍ଥିରାବସ୍ଥାରୁ ଗତିଶୀଳ ହେବା ମଧ୍ୟ ଅନ୍ତର୍ଭୁକ୍ତ) ଅଥବା ତ୍ବରିତ କରିବାକୁ ବୁଝାଏ । ବଳକୁ ମଧ୍ୟ ଠେଲା ବା ଟଣା ବଳ ଭାବେ ବର୍ଣ୍ଣନା କରାଯାଇପାରେ । ବଳର ଉଭୟ ପରମମାନ ଓ ଦିଗ ଥିବାରୁ ଏହା ଏକ ସଦିଶ ରାଶି । ଏସ୍ ଆଇ ଏକକରେ ଏହାକୁ ନିଉଟନ୍ସଦ୍ବାରା ମପାଯାଏ ଏବଂ F ପ୍ରତୀକଦ୍ବାରା ଦର୍ଶାଯାଏ ।

ନିଉଟନଙ୍କ ଦ୍ବିତୀୟ ନିୟମ ଅନୁସାରେ ଏକ ବସ୍ତୁ ଉପରେ ପ୍ରୟୋଗ ହେଉଥିବା ସମୁଦାୟ ବଳ ଯେଉଁ ହାରରେ ସମୟ ସହିତ ଏହାର ଗତିର ପରିବର୍ତ୍ତନ ହୁଏ, ତାହା ସହ ସମାନ । ଯଦି ବସ୍ତୁର ବସ୍ତୁତ୍ବ ସ୍ଥିର ରୁହେ, ତେବେ ଏହି ନିୟମ ଅନୁସାରେ ବସ୍ତୁର ତ୍ବରଣ ଏହା ଉପରେ ପ୍ରୟୋଗ ହେଉଥିବା ବଳ ସହ ସମାନୁପାତୀ ଓ ସମଗ୍ର ବଳର ଦିଗ ହେଉଛି ଏହାର ଦିଗ ଏବଂ ବସ୍ତୁର ବସ୍ତୁତ୍ବ ସହ ପ୍ରତିଲୋମାନୁପାତୀ ।

ବଳ ସମ୍ପର୍କିତ ତଥ୍ୟ ହେଉଛି: ସଂଘାତ, ଯାହା ବସ୍ତୁର ବେଗ ବୃଦ୍ଧି କରେ; ଟଣା ବଳ, ଯାହା ବସ୍ତୁର ବେଗ ହ୍ରାସ କରେ ଏବଂ ଟର୍କ, ଯାହା ବସ୍ତୁର ଘୁର୍ଣ୍ଣୟମାନ ଗତିରେ ପରିବର୍ତ୍ତନ ଆଣେ । ଏକ ବିସ୍ତୃତ ବସ୍ତୁରେ, ପ୍ରତ୍ୟେକ ଅଂଶ ସାଧାରଣତଃ ତା'ର ସନ୍ନିକଟ ଅଂଶ ଉପରେ ବଳ ପ୍ରୟୋଗ କରିଥାଏ । ବସ୍ତୁରେ ଏହି ପ୍ରକାରରେ ବଳର ସଞ୍ଚରଣକୁ ଯାନ୍ତ୍ରିକ ପ୍ରତିବଳ କୁହାଯାଏ । ଚାପ ହେଉଛି ଏକ ସରଳ ପ୍ରତିବଳ । ପ୍ରତିବଳ ସାଧାରଣତଃ କଠିନ ବସ୍ତୁରେ ରୂପ ପରିବର୍ତ୍ତନ କିମ୍ବା ତରଳରେ ପ୍ରବାହ ସୃଷ୍ଟି କରେ ।

ତଥ୍ୟର ଉନ୍ନତିକରଣ

ପ୍ରାଚୀନ କାଳରେ ଦାର୍ଶଶନିକମାନେ ବସ୍ତୁର ସ୍ଥିର ଓ ଗତିଶୀଳ ଅବସ୍ଥା ଏବଂ ସରଳ ଯନ୍ତ୍ରରେ ବଳର ତଥ୍ୟ ପ୍ରୟୋଗ କରିଥିଲେ, ମାତ୍ର ଆରିଷ୍ଟୋଟଲ୍ ଓ ଆର୍କିମେଡିସ୍ ପ୍ରଭୃତି ଭାବୁକମାନେ ବଳକୁ ବୁଝିବାରେ ମୌଳିକ ତ୍ରୁଟିମାନ ରଖିଥିଲେ । ଏହା ଘର୍ଷଣ ବଳକୁ ସମ୍ପୂର୍ଣ୍ଣ ଭାବେ ବୁଝି ନ ପାରିବା ଏବଂ ବାରମ୍ବାର ପ୍ରାକୃତିକ ଗତିର ପ୍ରକୃତି ଉପରେ ଅସମ୍ପୂର୍ଣ୍ଣ ମତଦ୍ୱାରା ହୋଇଥିଲା ।[୨]

Other Languages
Afrikaans: Krag
Alemannisch: Kraft
አማርኛ: ጉልበት
aragonés: Fuerza
العربية: قوة
অসমীয়া: বল
asturianu: Fuercia
تۆرکجه: گوج
башҡортса: Көс
Boarisch: Kroft
беларуская: Сіла
беларуская (тарашкевіца)‎: Сіла (фізычная велічыня)
български: Сила
বাংলা: বল
bosanski: Sila
буряад: Хүсэн
català: Força
čeština: Síla
Cymraeg: Grym
dansk: Kraft
Deutsch: Kraft
Ελληνικά: Δύναμη
English: Force
Esperanto: Forto
español: Fuerza
eesti: Jõud
euskara: Indar
estremeñu: Huerça
فارسی: نیرو
français: Force (physique)
Nordfriisk: Krääft (füsiik)
Gaeilge: Fórsa
贛語:
galego: Forza
ગુજરાતી: બળ
Gaelg: Forse
客家語/Hak-kâ-ngî: Li̍t
हिन्दी: बल (भौतिकी)
Fiji Hindi: Taagat
hrvatski: Sila
Kreyòl ayisyen: Fòs
magyar: Erő
հայերեն: Ուժ
interlingua: Fortia
Bahasa Indonesia: Gaya (fisika)
Ido: Forco
íslenska: Kraftur
italiano: Forza
日本語: 力 (物理学)
Patois: Fuos
ქართული: ძალა
Qaraqalpaqsha: Ku'sh
Kabɩyɛ: Ɖoŋ
қазақша: Күш
ភាសាខ្មែរ: កម្លាំង
ಕನ್ನಡ: ಬಲ
한국어: 힘 (물리)
kurdî: Hêz
Latina: Vis
Luganda: Force
Limburgs: Krach
lumbaart: Forza
lietuvių: Jėga
latviešu: Spēks
македонски: Сила
മലയാളം: ബലം
монгол: Хүч
मराठी: बल
Bahasa Melayu: Daya (fizik)
မြန်မာဘာသာ: အား
مازِرونی: نیرو
नेपाली: बल
नेपाल भाषा: तिबः
Nederlands: Kracht
norsk nynorsk: Kraft
norsk: Kraft
occitan: Fòrça
ਪੰਜਾਬੀ: ਜ਼ੋਰ
polski: Siła
پنجابی: زور
português: Força
Runa Simi: Kallpa
română: Forță
русский: Сила
русиньскый: Сила
संस्कृतम्: परस्परक्रिया
sardu: Fortzas
sicilianu: Forza
srpskohrvatski / српскохрватски: Sila
සිංහල: බලය
Simple English: Force
slovenčina: Sila
slovenščina: Sila
chiShona: Manikidzo
Soomaaliga: Awood
shqip: Forca
српски / srpski: Сила
Basa Sunda: Gaya
svenska: Kraft
Kiswahili: Kani
தமிழ்: விசை
తెలుగు: బలం
ไทย: แรง
Tagalog: Puwersa
Türkçe: Kuvvet
татарча/tatarça: Köç
українська: Сила
اردو: قوت
oʻzbekcha/ўзбекча: Kuch
vèneto: Forsa
Tiếng Việt: Lực
Winaray: Kusog
吴语:
isiXhosa: Ifolokhwe
ייִדיש: קראפט
中文:
Bân-lâm-gú: La̍t
粵語: