ତୀର୍ଯ୍ୟକ ଦୃଷ୍ଟି

ତୀର୍ଯ୍ୟକ ଦୃଷ୍ଟି
ଇଂରାଜୀ ପ୍ରତିଶବ୍ଦ - heterotropia, crossed eyes
Strabismus.jpg
ନିର୍ଦ୍ଦିଷ୍ଟ ବସ୍ତୁକୁ ଲକ୍ଷ ନ କଲେ ସ୍ଟ୍ରାବିସମସ ହୁଏ । ଏଠାରେ ଏକ୍ସୋଟ୍ରୋପିକ ଶ୍ରେଣୀର ଆଖି ଅଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ / s t r ə ˈ b ɪ z m ə s /
ସ୍ପେଶାଲିଟି Ophthalmology
ଆଇସିଡ଼ି- ୧୦ 49. – 50.
ଆଇସିଡ଼ି- ୯-ସିଏମ୍ 378
ଓଏମ୍‌ଆଇଏମ୍ 185100
ରୋଗ ଡାଟାବେସ 29577
ମେଡ଼ିସିନ-ପ୍ଲସ 001004
Patient UK ତୀର୍ଯ୍ୟକ ଦୃଷ୍ଟି
MeSH D013285

ତୀର୍ଯ୍ୟକ ଦୃଷ୍ଟି ବା ଟେରା ଦୋଷ (ଇଂରାଜୀ ଭାଷାରେ ସ୍ଟ୍ରାବିସମସ/Strabismus, ବା crossed eyes) ଏକ ଦୃଷ୍ଟି ଦୋଷ ଯେଉଁଥିରେ ଗୋଟିଏ ବସ୍ତୁ ଉପରେ ଦୃଷ୍ଟିପାତ କଲେ ଦୁଇ ଆଖି ସଠିକ ଭାବରେ ସମରେଖଣ (alignment) ହୋଇପାରେ ନାହିଁ । [୧] କେନ୍ଦ୍ରୀଭୁତ କରୁଥିବା ତୀର୍ଯ୍ୟକ ଆଖିର ପରିବର୍ତ୍ତନ ମଧ୍ୟ ହୁଏ । ଏହି ଦୋଷ ସାମୟିକ ବା ସ୍ଥାୟୀ ହୋଇପାରେ । ପିଲାଦିନେ ବ‌ହୁତ ଦିନ ଧରି ରହିବା ଫଳରେ କ୍ଷୀଣ ଦୃଷ୍ଟି ( amblyopia) ହୁଏ ଓ ଆଖିର ଗଭୀରତା ଜ୍ଞାନ ( depth perception) ରହେନି । ବଡ଼ ମଣିଷଙ୍କର ଦୈତ ଦୃଷ୍ଟି ( double vision) ରହିପାରେ । [୨]

ମାଂସପେଶୀ ଶଥିଳ ଥିଲେ, ଦୂରଦୃଷ୍ଟି ( farsightedness) ଥିଲେ, ମସ୍ତିଷ୍କ ସମସ୍ୟା, ଆଘାତ ବା ସଂକ୍ରମଣ ଥିଲେ ତୀର୍ଯ୍ୟକ ଦୃଷ୍ଟି ହୁଏ । ଏହି ରୋଗ ସଙ୍କଟ କାରକମାନଙ୍କ ନାମ: ଅବଧୀପୂର୍ବ ପ୍ରସବ ( premature birth), ସେରେବ୍ରାଲ ପାଲ୍ସି ( cerebral palsy) ଓ ରୋଗର ପାରିବାରିକ ଇତିହାସ । ଦୁଇ ପ୍ରକାର ତୀର୍ଯ୍ୟକ ଦୃଷ୍ଟି ଦେଖାଯାଏ ଯଥା:- ଏସୋଟ୍ରୋପିଆ ( esotropia) ଯେଉଁଥିରେ ଚକ୍ଷୁ ଦୃଷ୍ଟି ପରଷ୍ପରକୁ ଛେଦ କରେ, ଏକ୍ସୋଟ୍ରୋପିଆ ( exotropia) ଯେଉଁଥିରେ ଦୃଷ୍ଟି ପରଷ୍ପରଠାରୁ ଦୂରେଇ ଯାଏ ଓ ହାଇପରଟ୍ରୋପିଆ ( hypertropia) ଯେଉଁଥିରେ ଲମ୍ବ ଭାବରେ ସମରେଖିକ ନ ଥାଏ । ଆଉ ଦୁଇ ପ୍ରକାର ଶ୍ରେଣୀଭୁକ୍ତ ମଧ୍ୟ କରାଯାଏ: କମିଟାଣ୍ଟ, ଯେଉଁଥରେ ସବୁଦିଗରେ ସମସ୍ୟା ଥାଏ ଓ ଇନ‌କମିଟାଣ୍ଟ, ଯେଉଁଥିରେ ଦିଗ ଅନୁସାରେ ଥାଏ । ଚକ୍ଷୁ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ - ଆଖି ଭିତରୁ ପ୍ରତିଫଳିତ ରଶ୍ମୀ ପୁତ୍ତଳୀର ( pupil) ମଧ୍ୟ ସ୍ଥଳରେ ନ ଆସିଲେ ନିର୍ଣ୍ଣୟ କରାଯାଏ । ଖପୁରୀୟ ସ୍ନାୟୁ ( cranial nerve palsy) ବେମାରୀ ଥିଲେ ମଧ୍ୟ ସମାନ ଲକ୍ଷଣ ଦେଖାଯାଏ । [୨]

ଶ୍ରେଣୀ ଓ କାରଣ ଅନୁସାରେ ଏହି ରୋଗର ଚିକିତ୍ସା କରାଯାଏ । ଚଷମା ଓ ଅପରେଶନ ମାଧ୍ୟମରେ ଏହାର ଚିକିତ୍ସା ହୁଏ । କେତେକ ରୋଗୀ ଶୀଘ୍ର ଅପରେଶନ କଲେ ଉପକାର ପାଆନ୍ତି । ପ୍ରାୟ ୨% ପିଲାଙ୍କର ଏହି ରୋଗ ଥାଏ । [୨] ଗ୍ରୀକ ଭାଷାର strabismós ଶବ୍ଦରୁ ଏହି ସ୍ଟ୍ରାବିସମସ ଶବ୍ଦ ନିଆଯାଇଛି ଯାହାର ଅର୍ଥ ଟେରାଭାବରେ ଅନେଇବା । [୩] ଏହାର ଅନ୍ୟ ଇଂରାଜୀ ପ୍ରତିଶବ୍ଦ: "squint", "wall-eye" ଓ "cast of the eye". [୪] [୫]

  • ଆଧାର

ଆଧାର

  1. "Visual Processing Strabismus". NEI. Retrieved 2 October 2016. 
  2. ୨.୦ ୨.୧ ୨.୨ Gunton, KB; Wasserman, BN; DeBenedictis, C (September 2015). "Strabismus.". Primary care 42 (3): 393–407. 26319345. 
  3. "strabismus (n.)". Online Etymology Dictionary. Retrieved 2 October 2016. 
  4. Brown, Lesley (୧୯୯୩). The New shorter Oxford English dictionary on historical principles. Oxford [Eng.]: Clarendon. ISBN  ୦-୧୯-୮୬୧୨୭୧-୦. 
  5. "strabismus". OxfordDictioanriesOnline.com. Oxford University Press. 2016. "British & World English" database. Retrieved April 6, 2016. 
Other Languages
العربية: حول
беларуская: Касавокасць
български: Кривогледство
bosanski: Strabizam
català: Estrabisme
čeština: Šilhavost
dansk: Skelen
Deutsch: Schielen
English: Strabismus
Esperanto: Strabismo
español: Estrabismo
euskara: Estrabismo
suomi: Karsastus
français: Strabisme
Gaeilge: Fiarshúilí
galego: Estrabismo
עברית: פזילה
hrvatski: Razrokost
magyar: Kancsalság
Հայերեն: Շլություն
italiano: Strabismo
日本語: 斜視
한국어: 사시 (눈)
Кыргызча: Чалыр көз
lietuvių: Žvairumas
latviešu: Šķielēšana
македонски: Страбизам
മലയാളം: കോങ്കണ്ണ്
Bahasa Melayu: Juling
Nederlands: Scheelzien
norsk: Strabisme
polski: Zez
português: Estrabismo
Runa Simi: Lirq'u
română: Strabism
русский: Косоглазие
srpskohrvatski / српскохрватски: Razrokost
slovenčina: Strabizmus
slovenščina: Škiljenje
shqip: Strabizmi
српски / srpski: Страбизам
svenska: Skelning
தமிழ்: மாறுகண்
తెలుగు: మెల్లకన్ను
Tagalog: Sulimpat
Türkçe: Şaşılık
українська: Косоокість
اردو: حول (طب)
oʻzbekcha/ўзбекча: Gʻilaylik
Tiếng Việt: Mắt lác
中文: 斜视
粵語: 射籬眼