ଚୀନର ବିଶାଳ ପ୍ରାଚୀର

ଚୀନର ବିଶାଳ ପ୍ରାଚୀର
Native name 萬里長城
ଜିନ୍‍ଶାନ୍‍ଲିଂଗ୍ ପାର୍ଶ୍ଵରେ ଯାଇଥିବା ଚୀନର ବିଶାଳ ପ୍ରାଚୀରର ଏକ ଅଂଶ
ଜିନ୍‍ଶାନ୍‍ଲିଂଗ୍ ପାର୍ଶ୍ଵରେ ଯାଇଥିବା ଚୀନର ବିଶାଳ ପ୍ରାଚୀରର ଏକ ଅଂଶ
ଚୀନର ବିଶାଳ ପ୍ରାଚୀର
Simplified Chinese 长城
Traditional Chinese 長城
Literal meaning"ଦୀର୍ଘ ପ୍ରାଚୀର"
Alternative Chinese name
Simplified Chinese 万里长城
Traditional Chinese 萬里長城
Literal meaning"୧୦୦୦୦ ମାଇଲ୍ ଲମ୍ଵା ପ୍ରାଚୀର"

ଚୀନର ବିଶାଳ ପ୍ରାଚୀର ବା ଚୀନର ସୁଦୀର୍ଘ ପ୍ରାଚୀର (ଈଂରାଜୀରେ Great Wall of China) ଅନେକଗୁଡ଼ିଏ ସ୍ଥାନରେ ନିର୍ମିତ ଦୁର୍ଗ ପ୍ରାଚୀର ସଦୃଶ ଅଂଶକୁ ସଂଯୋଜିତ କରି ଗଠିତ । ପଥର, ଇଟା, ପୋଡ଼ାମାଟି, କାଠ ଓ ଅନ୍ୟାନ୍ୟ ପଦାର୍ଥ ବ୍ୟବହାର କରି ପୂର୍ବ-ପଶ୍ଚିମ ଦିଗରେ ଏହି ବିଶାଳ କାନ୍ଥର ନିର୍ମାଣ କରାଯାଇଥିଲା । ପ୍ରାଚୀନ ଚୀନର ଉତ୍ତର ପଟୁ ହେଉଥିବା ବିଦେଶୀ ଶତ୍ରୁଙ୍କ ଆକ୍ରମଣରୁ ଦେଶର ରକ୍ଷା କରିବା ହିଁ ଏହି କାନ୍ଥ ନିର୍ମାଣ କରିବାର ମୂଳ ଉଦ୍ଦେଶ୍ୟ ଥିଲା । ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀରୁ ନିର୍ମିତ ହୋଇଥିବା ଅନେକ ଛୋଟ ଛୋଟ କାନ୍ଥକୁ[୧] ପରବର୍ତ୍ତୀ ସମୟରେ ଯୋଡ଼ି ଏକ ବିଶାଳ ଓ ମଜବୁତ୍ ପ୍ରାଚୀର ପ୍ରସ୍ତୁତ କରାଗଲା ।[୨] ବିଶେଷ କରି ଖ୍ରୀଷ୍ଟପୂର୍ବ ୨୨୦-୨୦୬ ବେଳକୁ ଚୀନର ପ୍ରଥମ ସମ୍ରାଟ ଚିନ୍ ଶି ହୁଆଂଗ୍‍ଙ୍କ ଶାସନ କାଳରେ ନିର୍ମିତ ଅଂଶ ପ୍ରସିଦ୍ଧ କିନ୍ତୁ ବର୍ତ୍ତମାନ ଏହି ଅଂଶର କେବଳ କିଛି ଅବଶେଷ ରହିଛି । ଅନେକ ରାଜବଂଶ ଏହି ପ୍ରାଚୀରର ପ୍ରସାରଣ, ମରାମତି ଓ ଦୃଢୀକରଣରେ ଯୋଗଦାନ କରିଥିଲେ ; ତେବେ ମିଂଗ୍ ରାଜବଂଶର ଶାସନ ସମୟରେ (ଖ୍ରୀଷ୍ଟାବ୍ଦ ୧୩୬୮-୧୬୪୪) ନିର୍ମିତ କାନ୍ଥର ଅଧିକାଂଶ ଭାଗ ଭଲ ଅବସ୍ଥାରେ ରହିଛି ।

ସୁରକ୍ଷା ବ୍ୟତୀତ ସୀମାରେଖା ନିର୍ଦ୍ଧାରଣ, ରେଶମ ସଡ଼କରେ କର ଆଦାୟ, ବାଣିଜ୍ୟ ନିୟନ୍ତ୍ରଣ ଓ ଆପ୍ରବାସ ନିୟନ୍ତ୍ରଣ କରିବାରେ ମଧ୍ୟ ଏହି ପ୍ରାଚୀର ସହାୟକ ହୋଇଥିଲା । ସୈନ୍ୟ ଛାଉଣୀ, ପହରାରେ ସହାୟତା ପାଇଁ ମୀନାର, ଆଲୁଅ ବା ଧୁଆଁ ସହାୟତାରେ ପ୍ରାଚୀରର ଏକ ସ୍ଥାନରୁ ବହୁ ଦୂରରେ ରହିଥିବା ଅନ୍ୟ ଅଂଶକୁ ସତର୍କ ସୂଚନା ଇତ୍ୟାଦିର ସୁବ୍ୟବସ୍ଥା କରାଯିବା ଫଳରେ ପ୍ରାଚୀରର ସୁରକ୍ଷା କ୍ଷମତା ବୃଦ୍ଧି ପାଇଥିଲା । ଏତତ୍ ବ୍ୟତୀତ ବିଶାଳ ପ୍ରାଚୀରର ଛାତଟି ପ୍ରଶସ୍ତ ହୋଇଥିବାରୁ ଶସ୍ତ୍ର, ସୈନ୍ୟ, ଗୁଳିଗୋଳା, ଖାଦ୍ୟ ସାମଗ୍ରୀ ପରିବହନ ଓ ଯାତାୟତ ପାଇଁ ଖୁବ୍ ସୁବିଧା ହେଉଥିଲା ।

ଚୀନର ବିଶାଳ ପ୍ରାଚୀର ଆଭ୍ୟନ୍ତରୀଣ ମଂଗୋଲିଆର ଦକ୍ଷିଣ ସୀମାକୁ ସଂଲଗ୍ନ ହୋଇ ପୂର୍ବରେ ଡାନଡୋଂଗଠାରୁ ପଶ୍ଚିମରେ ଲୋପ୍ ହ୍ରଦ ପର୍ଯ୍ୟନ୍ତ ବ୍ୟାପ୍ତ । ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣରୁ ମିଂଗ୍ ସମୟରେ ନିର୍ମିତ ପ୍ରାଚୀର ପ୍ରାୟ ୮୮୫୦ କି.ମି. ଦୀର୍ଘ ଥିଲା ବୋଲି ଜଣାପଡ଼ିଛି ।[୩] ମିଂଗ୍ ପ୍ରାଚୀରର ୬୨୫୯ କି.ମି. ମନୁଷ୍ୟକୃତ କାନ୍ଥ, ୩୫୯ କି.ମି. ବିରାଟ ଖାଲ ଓ ୨୨୩୨ କି.ମି. ପାହାଡ଼ ଓ ନଦୀ ପରି ପ୍ରାକୃତିକ ସୀମା ଓ ବାଧାରେ ପୂର୍ଣ୍ଣ ।[୩] ଆଉ ଏକ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ପ୍ରାଚୀରର ସମସ୍ତ ଅଂଶକୁ ମିଶାଇ ୨୧୧୯୬ କି.ମି. ଦୀର୍ଘ ବୋଲି ତଥ୍ୟ ଯୋଗାଇଥିଲା ।[୪] ଆଜିକାର ସମୟରେ ଚୀନର ବିଶାଳ ପ୍ରାଚୀର ଏକ ସର୍ବୋତ୍କୃଷ୍ଟ ଐତିହାସିକ କିର୍ତ୍ତୀମାନ ଭାବେ ପରିଗଣିତ ହୁଏ ।[୫]

Other Languages
Alemannisch: Chinesische Mauer
azərbaycanca: Böyük Çin səddi
تۆرکجه: چین دیواری
беларуская (тарашкевіца)‎: Вялікая кітайская сьцяна
brezhoneg: Moger Vras Sina
Mìng-dĕ̤ng-ngṳ̄: Diòng-siàng
Zazaki: Bendê Çini
français: Grande Muraille
贛語: 長城
客家語/Hak-kâ-ngî: Van-lî Tshòng-sàng
hrvatski: Kineski zid
Bahasa Indonesia: Tembok Besar Tiongkok
íslenska: Kínamúrinn
日本語: 万里の長城
한국어: 만리장성
Lëtzebuergesch: Chinesesch Mauer
македонски: Кинески Ѕид
Bahasa Melayu: Tembok Besar China
مازِرونی: چین گت دیوار
Nedersaksies: Sinese muur
Nederlands: Chinese Muur
norsk nynorsk: Den kinesiske muren
Nouormand: Graund-murâle
پنجابی: چین دی کندھ
português: Muralha da China
srpskohrvatski / српскохрватски: Veliki kineski zid
Simple English: Great Wall of China
slovenčina: Čínsky múr
slovenščina: Kitajski zid
Soomaaliga: Gidaarka Shiinaha
српски / srpski: Кинески зид
Seeltersk: Chinesiske Muure
Basa Sunda: Témbok Gedé Cina
Kiswahili: Ukuta wa China
Türkçe: Çin Seddi
татарча/tatarça: Бөек Кытай дивары
ئۇيغۇرچە / Uyghurche: Sedichin Sépili
oʻzbekcha/ўзбекча: Buyuk Xitoy devori
vepsän kel’: Kitain sur' sein
吴语: 长城
中文: 长城
文言: 長城
Bân-lâm-gú: Tn̂g-siâⁿ
粵語: 萬里長城