କଳ୍ପନା ଚାୱଲା

କଳ୍ପନା ଚାୱଲା
ମାର୍ଚ୍ଚ ୨୦୦୨ରେ କଳ୍ପନା ଚାୱଲା
ଜନ୍ମମାର୍ଚ୍ଚ ୧୭, ୧୯୬୨
କର୍ଣ୍ଣଲ, ପଞ୍ଜାବ, ଭାରତ
(ବର୍ତ୍ତମାନର ହରିୟାଣା, ଭାରତ)
ମୃତ୍ୟୁ୧ ଫେବୃଆରୀ ୨୦୦୩ (୪୦ ବର୍ଷ)
Aboard Space Shuttle Columbia over Texas, U.S.
Alma materPunjab Engineering College
University of Texas at Arlington
University of Colorado at Boulder
Time in space୩୧ ଦିନ, ୧୪ ଘଣ୍ଟା, ୫୪ ମିନିଟ୍[୧]
Selection1994 NASA Group
ଅଭିଯାନSTS-87, STS-107
Mission insigniaSts-87-patch.svg STS-107 Flight Insignia.svg
ପୁରସ୍କାରCongressional Space Medal of Honor

କଳ୍ପନା ଚାୱଲା (ମାର୍ଚ୍ଚ ୧୭, ୧୯୬୨[୨][୩] – ଫେବୃଆରୀ ୧, ୨୦୦୩) ହେଉଛନ୍ତି ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ ।[୩] ସେ ୧୯୯୭ ମସିହାରେ ପ୍ରଥମ ଥର ପାଇଁ କଲମ୍ବିଆ ମହାକାଶଯାନରେ ମହାକାଶକୁ ଯାତ୍ରା କରିଥିଲେ। ଏହି ମହାକାଶ ଯାନରେ ସେ mission specialist ଏବଂ primary robotic arm operator ଭାବେ ଯାଇଥିଲେ। ୨୦୦୩ ମସିହାରେ କଲମ୍ବିଆ ମହାକାଶଯାନ ଦୁର୍ଘଟଣା (Space Shuttle Columbia disaster)ରେ ପ୍ରାଣ ହରାଇ ଥିବା ସାତ ଜଣ ମହାକାଶଚାରୀଙ୍କ ମଧ୍ୟରେ କଳ୍ପନା ଅନ୍ୟତମ।[୪] ସେ ପଞ୍ଜାବ ଇଞ୍ଜିନିୟରିଂ କଲେଜ୍‌ରୁ ଏରୋନଟିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଏବଂ ଆମେରିକାର ଟେକ୍ସାଜ୍ ୟୁନିଭର୍ସିଟିରୁ ଏରୋସ୍ପେଶ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୧୯୮୮ରେ ସେ ଆମେରିକାର କଲରାଡୋ ୟୁନିଭର୍ସିଟିରୁ ପି.ଏଚ୍.ଡି. ଡିଗ୍ରୀ ହାସଲ କରିଥିଲେ।[୫] ସେ ଜିନ୍-ପେରୀ ହ୍ୟାରିସନ୍ଙ୍କ ସହ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ। ୧୯୯୭ ମସିହା ନଭେମ୍ବର ମାସ ୧୯ ତାରିଖରେ ମହାକାଶକୁ ଯାତ୍ରାକରି ସେ ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।[୬] ପୁନଶ୍ଚ ୨୦୦୩ରେ କଲମ୍ବିଆ ମହାକାଶଯାନ ଯୋଗେ ସେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ। କିନ୍ତୁ ପୃଥିବୀକୁ ଫେରିବା ବାଟରେ ଅର୍ଥାତ ୨୦୦୩ ମସିହା ଫେବୃୟାରୀ ମାସ ୧ ତାରିଖରେ ସେହି ମହାକାଶଯାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏବଂ କଳ୍ପନା ସେହି ମହାକାଶରେ ହିଁ ଲୀନ ହୋଇଯାଇଥିଲେ ı[୭] ତେବେ ତାଙ୍କ ସ୍ମୃତିରେ ଆମ ଦେଶର ପ୍ରଥମ ପାଣିପାଗ ସମ୍ପର୍କିତ ସୂଚନା ଦେଉଥିବା କୃତ୍ରିମ ଉପଗ୍ରହକୁ "କଳ୍ପନା-୧" ନାମରେ ନାମିତ କରାଯାଇଛି ı[୮]

Other Languages
asturianu: Kalpana Chawla
беларуская: Калпана Чаўла
български: Калпана Чаула
español: Kalpana Chawla
français: Kalpana Chawla
ગુજરાતી: કલ્પના ચાવલા
Bahasa Indonesia: Kalpana Chawla
italiano: Kalpana Chawla
ភាសាខ្មែរ: Kalpana Chawla
한국어: 칼파나 촐라
Malagasy: Kalpana Chawla
മലയാളം: കൽപന ചൗള
Nederlands: Kalpana Chawla
پنجابی: کلپنا چاولہ
português: Kalpana Chawla
română: Kalpana Chawla
संस्कृतम्: कल्पना चावला
Simple English: Kalpana Chawla
slovenčina: Kalpana Chawlová
Türkçe: Kalpana Chawla
українська: Калпана Чавла